ରାଜ୍ୟରେ ୧୧୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୧୧୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୧୩ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଅଧିକ ରହିଛି । ଗତ ୨୪ ଘଂଟାରେ ସଂଗରୋଧରୁ ୬୭ ଓ ସ୍ଥାନୀୟ ଅଂଚଳରୁ ୪୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୭, ଖୋର୍ଦ୍ଧାରୁ ୧୪ ଓ ମୟୂରଭଞ୍ଜରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହାର ୭୬କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୬ ହଜାର ୨୦୬ ଜଣ ସୁସ୍ଥ ହୋଇସାରିଛନ୍ତି । ୮୯୮ ଜଣ ଚିକିତ୍ସାଧୀନ ଅଛନ୍ତି ।

COVID-19