ୟୁକେ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସୁସ୍ଥ ଅଛନ୍ତି, କାହାକୁ ସଂକ୍ରମିତ କରି ନ ଥିବା ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା | News Room Odisha

ୟୁକେ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସୁସ୍ଥ ଅଛନ୍ତି, କାହାକୁ ସଂକ୍ରମିତ କରି ନ ଥିବା ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣ ସଂପର୍କରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ, ଚିହ୍ନଟ ହୋଇଥିବା ୩ଟି ୟୁକେ ଷ୍ଟ୍ରେନ୍ ଆଉ କାହାକୁ ସଂକ୍ରମିତ କରିବାର ଭୟ ନାହିଁ । କୋରୋନାର ୟୁକେ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତମାନେ ସୁସ୍ଥ ଅଛନ୍ତି ।

ସେମାନେ ଗତବର୍ଷ ଡିସେମ୍ବରରେ ସଂକ୍ରମିତ ହୋଇଥିଲେ । ସେମାନେ କାହାକୁ ସଂକ୍ରମିତ କରିନାହାନ୍ତି । ଅଜୟ ପରିଡା ଆହୁରି ବି କହିଛନ୍ତି ଯେ, ଓଡିଶାରେ ରି-ଇନଫେକସନ ସ୍ଥିତି ଆସିନାହିଁ । ଦିନକୁ ୧୦ ହଜାର ୫୦୦ ଆରଟି-ପିସିଆର୍ ଟେଷ୍ଟ ହେଉଛି । ବାହାରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି ।