୨୪ ଘଂଟାରେ ରାଜ୍ୟରେ ୨୩୪ ନୂଆ କୋରୋନା ପଜିଟିଭ ଚିହ୍ନଟ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୩, ଖୋର୍ଦ୍ଧାରୁ ୩୨ | News Room Odisha

୨୪ ଘଂଟାରେ ରାଜ୍ୟରେ ୨୩୪ ନୂଆ କୋରୋନା ପଜିଟିଭ ଚିହ୍ନଟ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୩, ଖୋର୍ଦ୍ଧାରୁ ୩୨

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୩, ଖୋର୍ଦ୍ଧାରୁ ୩୨, କଟକରୁ ୨୯ ଓ ବରଗଡ ଜିଲ୍ଲାରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୧୭, ବଲାଙ୍ଗାର ଓ ସୁନ୍ଦରଗଡରୁ ୧୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୩ ଲକ୍ଷ ୩୯ ହଜାର ୬୯୪ ଜଣ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୩୬ ହଜାର ୪୦୯ ଜଣ ସୁସ୍ଥ ହୋଇସାରିଲେଣି । ୧ ହଜାର ୩୧୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19