ଭୁବନେଶ୍ୱରରେ ୨୦ ହଜାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର- ରାଜଧାନୀର ୨୦ ହଜାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଟିକା ଦିଆଯିବ । ଉଠା ଦୋକାନୀ, ମଲ୍ ଓ ରେସ୍ତୋରାଁ କର୍ମଚାରୀଙ୍କୁ ଟିକାକରଣରେ ଅଗ୍ରାଧିକାର ଦିଆଯିବ । ଭୁବନେଶ୍ୱର ମହାନଗର ନିଗମ-ବିଏମସି କମିଶମର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସର ଶିକ୍ଷକ ଓ କର୍ମଚାରୀଙ୍କୁ ବି ଅଗ୍ରାଧିକାର ଭିତ୍ତିରେ କୋଭିଡ ଟୀକା ଦିଆଯିବ । ଶିକ୍ଷାନୁଷ୍ଠାନଗୁଡିକରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବିଏମସି ଏହି ପଦକ୍ଷେପ ନେବ ।

Comments are closed.