କରୋନାର ନୂଆ ଷ୍ଟ୍ରେନ୍ ଅଧିକ ବେଗରେ ସଂକ୍ରମିତ କରୁଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ବର୍ତ୍ତମାନର ଷ୍ଟ୍ରେନ୍ ଅଧିକ ବେଗରେ ସଂକ୍ରମିତ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡରେ ସୀମାରେ ନୂଆପଡା ଥିବାରୁ ସେଠାରେ ସଂକ୍ରମଣ ବଢୁଛି । ନୂଆପଡା ପ୍ରଶାସନ ମଧ୍ୟ କୋରୋନାର ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛି । ଗତକାଲି ସାରା ରାଜ୍ୟରେ ୨ ଲକ୍ଷ ୫୨ ହଜାର ଜଣଙ୍କୁ ଟିକାକରଣ ହୋଇଛି । ଯେତିକି ଟିକା ମହଜୁଦ ଅଛି, ତାହା ଆଉ ଚାରିଦିନ ଯିବ । ଅଧିକ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସେ କହିଛନ୍ତି ।

Comments are closed.