ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ପିଙ୍ଗିଲେ ବିରୋଧି

ଘୃଣ୍ୟ ପରାମ୍ପରା ସୃଷ୍ଟି କଲେ ବିରୋଧୀ ବିଧାୟକ 

ଭୁବନେଶ୍ୱର: ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ, ହେଡ଼ଫୋନ ଓ କାଗଜ ଫିଙ୍ଗିଲେ ବିରୋଧି । ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ।

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ଦଳ ସଦସ୍ୟ । ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ । ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରୟା ପ୍ରକାଶ କରିଛନ୍ତି।

ଏ ସର୍ମ୍ପକିତ ଭିଡିଓ ଫୁଟେଜ ଯାଞ୍ଚ ଚଲିଛି ଏବଂ ତା ପରେ ଆଇନ ଅନୁଯାୟୀ କର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଏହି ଘଟଣାକୁ କଂଗ୍ରସ ବିଧାୟକ ଦଳ ନେତା ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର ନିନ୍ଦନୀୟ ବୋଲି କହିଛନ୍ତି ।

ଉପରାଷ୍ଟ୍ରପତି ଓଡିଶା ଗସ୍ତ ସମୟରେ ବିରୋଧୀ ବିଧାୟକଙ୍କ ଏଭଳି ବ୍ୟବହାର ବାସ୍ତବରେ ନିନ୍ଦନୀୟ । 

Comments are closed.