ଆଇପିଏଲ୍ ପୂର୍ବରୁ ଅକ୍ଷର ପଟେଲ କରୋନା ସଂକ୍ରମିତ

ନୂଆଦିଲ୍ଲୀ – ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ତମ ସିଜନ୍ ଏପ୍ରିଲ୍ ୯ରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୧ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ଼ ଝଟକା ଲାଗିଛି | ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ସୂତ୍ରରୁ ପ୍ରକାଶ ଯେ ଅକ୍ଷର ପଟେଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ ସମ୍ପ୍ରତି ଆଇସୋଲେସନରେ ଅଛନ୍ତି ଏବଂ ସମସ୍ତ ପ୍ରୋଟୋକଲ ପାଳନ କରୁଛନ୍ତି।
ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ଅଭିଯାନ ଏପ୍ରିଲ ୧୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆରମ୍ଭ କରିବ ।

ଏହି ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଅକ୍ଷର ପଟେଲ ଏହି ମ୍ୟାଚରେ ଖେଳିବା ସମ୍ଭାବନା ନାହିଁ। ତଥାପି ଆଗାମୀ ଦୁଇ ଦିନ ମଧ୍ୟରେ ପୁଣି ଥରେ ତାଙ୍କର କରୋନା ଟେଷ୍ଟ କରାଯିବ ।

Comments are closed.