ନାଗାଲାଣ୍ଡ: ସେନା ଅପରେସନରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗୌହାଟୀ: ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ସୁରକ୍ଷା ବାହିନୀ ଅପରେସନରେ ୧୧ ସାଧାରଣ ନାଗରିକ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ନାଗରିକଙ୍କ ମୃତ୍ୟୁକୁ ସେନା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଗଭୀର ଦୁଃଖ ପ୍ରକାଶ କରିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି ସେନା କହିଛି । ଏହି ଅପରେସନରେ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ସେନା କୋର୍ଟ ଅଫ୍ ଇନକ୍ବାୟାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଗ୍ରବାଦୀଙ୍କ ସମ୍ଭାବ୍ୟ ଗତିବିଧି ଉପରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।

ସେନା ଏକ ବିବୃତ୍ତିରେ କହିଛନ୍ତି, “ଏହି ଘଟଣା ଏବଂ ପରେ ଘଟିଥିବା ହିଂସା ପାଇଁ ଆମେ ଗଭୀର ଦୁଃଖିତ। ଗ୍ରାମବାସୀଙ୍କ ଦୁର୍ଭାଗ୍ୟଜନକ ଜୀବନ ହାନି ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ଏବଂ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ବିବୃତ୍ତିରେ କୁହାଯାଇଛି ଯେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ସ ସୈନିକଙ୍କ ସମେତ ସୁରକ୍ଷା ବାହିନୀରେ ଗୁରୁତର ଆହତ ହୋଇଛନ୍ତି।

ମୋନ୍ ଜିଲ୍ଲା ଉଗ୍ରବାଦୀ ନାଗା ଗୋଷ୍ଠୀ ଏନ୍ଏସସିଏନ୍ (କେ) ଏବଂ ଉଲଫାର ଗଡ଼ ଭାବେ ବିବେଚନା କରାଯାଏ | ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ କି ରାଜ୍ୟ “ହର୍ନବିଲ ଫେଷ୍ଟିଭାଲ” ପାଳନ କରିବାକୁ ଯାଉଛି ଏବଂ ଏଥିପାଇଁ ଅନେକ କୂଟନୀତିଜ୍ଞ ଏହି ଅଞ୍ଚଳରେ ଅଛନ୍ତି।

ଏହି ଦୁର୍ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଫି ରିଓ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି) ଏହି ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି।

Comments are closed.