ଉତ୍ତରାଖଣ୍ଡ: ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୧୧ ମୃତ | News Room Odisha

ଉତ୍ତରାଖଣ୍ଡ: ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୧୧ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନ ବିକାଶନଗର ନିକଟ ବୁଲହାଦ୍ ବିଲା ରୋଡରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାତରେ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ବୋଲି କୁହାଯାଉଛି। ଚକରାତାର ଏସଡିଏମ କହିଛନ୍ତି ଯେ ଦୁର୍ଘଟଣା ପରେ ପୋଲିସ ଏବଂ ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବର୍ତ୍ତମାନ ଆଖପାଖ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।

ଓଭରଲୋଡିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୋଲିସ ସୂଚନା ଦେଇଛି। ବସ୍ ଛୋଟ ଥିଲା ଏବଂ ସେଥିରେ ୨୫ ଲୋକ ଥିଲେ। ସେହି ରୁଟ୍ ଦେଇ ନିୟମିତ କୌଣସି ଗାଡ଼ି କିମ୍ବା ଯାତ୍ରୀବାହୀ ଯାନ ଯାଉନଥିବାରୁ , ଉକ୍ତ ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଇଛି ।