ଶବଦାହ ବେଳେ ଅଘଟଣ, ୧୧ ଜଣ ଜଳିଗଲେ

ପୁଣେ: ଶବଦାହ କରୁଥିବା ବେଳେ ୧୧ ଜଣ ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଛନ୍ତି । ମହାରାଷ୍ଟ୍ରର ରାଜ ବାହାଦୂର ମିଲ୍ ରୋଡ ସ୍ଥିତ ଶ୍ମଶାନରେ ଘଟିଛି ଏଭଳି ଅଘଟଣ । ଗୁରୁତର ଆହତ ୧୧ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ଅନ୍ତ୍ୟେଷ୍ଟି ପାଇଁ ସମସ୍ତେ କୈଳାଶ ଶ୍ମଶାନକୁ ଯାଇଥିଲେ । ଏହି ସମୟରେ କେହି ଜଣେ ଚିତା ଉପରେ ପେଟ୍ରୋଲ ପକାଇବାରୁ ନିଆଁ ବ୍ୟାପି ଯାଇଥିଲା । ଫଳରେ ୧୧ଜଣ ଗୁରୁତର ହୋଇଥିଲେ । ଏହାପରେ ସମସ୍ତଙ୍କୁ ସେସନ ଜେନେରାଲ ହସ୍ପିଟାଲ ଏବଂ ସୁରିୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ଯୁବକଙ୍କ ଅନ୍ତେଷ୍ଟିକ୍ରିୟା ବେଳେ ୮୦ ଜଣ ଉପସ୍ଥିତ ଥିଲେ ।

Comments are closed.