ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ କୋଭିଡ ନିର୍ଦ୍ଦେଶନାମା,ବାହାଘରେ କେବଳ ୧୦୦ ଅତିଥି, ଦିଆଯିବ ପ୍ୟାକେଟ ଖାଦ୍ୟ

ବ୍ରହ୍ମପୁର – କୋରୋନା ନିୟନ୍ତ୍ରଣ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଆସିଛି । ଏଣିକି ବାହାଘରେ ଉତ୍ସବରେ କେବଳ ୧୦୦ଜଣ ଲୋକଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ବିବାହ ଉତ୍ସବରେ ଅତିଥିଙ୍କୁ ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯିବ । ଏହି ନିର୍ଦ୍ଦେଶ କଡାକଡି ଭାବେ ପାଳନ କରାଯିବ ।

ପୂର୍ବରୁ ଜିଲ୍ଲା ପ୍ରଶାସନ ଦଣ୍ଡନାଚରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୨୫ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାରେ ମୁଣ୍ଡନକୁ ବାରଣ କରାଯାଇଛି ।

Comments are closed.