କୋଭିଡ ନିୟମ ପାଳନ ତଦାରଖ ପାଇଁ ଆଜିଠାରୁ ପୋଲିସର ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର- କୋଭିଡ ନିୟମ କଡାକଡି ଭାବେ ପାଳନ ନିଶ୍ଚିତ କରିବା ପାଇଁ ଆଜିଠାରୁ ଓଡିଶା ପୋଲିସ ପକ୍ଷରୁ ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଏହା ଚାଲିବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ଉପରେ ବିଶେଷ ଧ୍ୟାନ ଦିଆଯିବ । କୋଭିଡ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମସ୍ତେ କୋଭିଡ ନିୟମ ମାନି ଚଳିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ଗତକାଲି ରାଜ୍ୟରେ କୋଭିଡ ସ୍ଥିତି ନେଇ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ନିୟମର କଡାକଡା ଭାବେ ପାଳନ ନିଶ୍ଚିତ କରିବା ପାଇଁ ୧୦ ଦିନିଆ ପୋଲିସ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.