କୋରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍ । ଜିଲ୍ଲାରେ ମୋଟ ୩୩ଟି ସ୍ଥାନରେ ୩୩୮ଟି ଆଇସୋଲେସନ ବେଡ୍ ରହିବ । ଏହାଛଡା ଉତ୍ସର୍ଗୀକୃତ କୋଭିଡ ମେଡିକାଲରେ ସର୍ବାଧିକ ୧୫୦ ଆଇସୋଲେସନ ବେଡ୍ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି ।

ରୋଗୀଙ୍କୁ କେବଳ କୋଭିଡ ଆମ୍ବୁଲାନସରେ ହିଁ ଚିକିତ୍ସା ନିମନ୍ତେ ନିଆଯାଇପାରିବ । କୋଭିଡ ଆମ୍ବୁଲାନସ ନ ଥିଲେ ହିଁ ୧୦୮ ଆମ୍ବୁଲାନ୍ସ କାର୍ଯ୍ୟ କରିବ । ଲକ୍ଷଣ ନଥିବା କୋରୋନା ରୋଗୀ ହୋମ ଆଇସୋଲେସନରେ ରହିବେ ।

Comments are closed.