କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର ଓ ଇସ୍ପାତ ଏବଂ ଖଣି ବିଭାଗ ସଂପର୍କିତ ପ୍ରସ୍ତାବରେ ମୋହର ବାଜିଛି ।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଜାରି ରହିବ ଅନ୍ୱେଷା ଯୋଜନା । ୫ ବର୍ଷରେ ଯୋଜନାରେ ସାମିଲ ହେବେ ୨୫ ହଜାର ଛାତ୍ରଛାତ୍ରୀ । ଏଥିପାଇଁ ୫୬୯ କୋଟି ୯୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

Comments are closed.