ରାଜ୍ୟ କ୍ୟାବିନେଟ ବୈଠକ : ପ୍ରମୁଖ ନିଷ୍ପତ୍ତି

ଭୁବନେଶ୍ୱର – ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଂଟର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଏଥିପାଇଁ ୨୧୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଅଛନ୍ତି ସୁବ୍ରତ ବାଗ୍‌ଚୀ ।

ଇନଫୋସିଟି-୨ ନିକଟରେ ୨୦ ଏକର ଜମି ଯୋଗାଇବେ ରାଜ୍ୟ ସରକାର । ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଂଟରରେ ୫ ଶହ ଶଯ୍ୟା ରହିବ ।

ଏସସି,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଜାରି ରହିବ ଅନ୍ୱେଷ ଯୋଜନା । ୫ ବର୍ଷରେ ଯୋଜନାରେ ସାମିଲ ହେବେ ୨୫ ହଜାର ଛାତ୍ରଛାତ୍ରୀ । ଓଡିଶା ମଙ୍ଗଳ ସେବା ( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ ) ର ସଂଶୋଧନ ପ୍ରସ୍ତାବ ବି କ୍ୟାବିନେଟର ମଂଜୁରୀ ଲାଭ କରିଛି ।

Comments are closed.