ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସିଏସ ଓ ୫-ଟି ସଚିବ

ବାଲେଶ୍ୱର- ମୁଖ୍ୟ ଶାସନ ସଚିବ ସୁୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ।

ଗସ୍ତ ଅବସରରେ ତାମୂଳିଆ କୁରୁଡା ଓଭର ବ୍ରିଜ୍ ଓ ରାସ୍ତା ଉନ୍ନତିକରମର ନେଇ ସମୀକ୍ଷା କରିଛନ୍ତି । ବସଷ୍ଟାଣ୍ଡ୍ ଉନ୍ନତିକରଣ ଓ ରେମୁଣା ଗୋଲେଇ ଯାଏ ଆଲୋକୀକକରଣର ସମୀକ୍ଷା ହୋଇଛି । ସେହିଭଳି ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ପରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସ।।ଲୟରେ କୋଭିଡ ସ୍ଥିତିର ସମୀକ୍ଷା କରାଯାଇଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଗସ୍ତର ବିସ୍ତୃତ ରିପୋର୍ଟ ଦିଆଯିବ । ତାଙ୍କ ନିର୍ଦ୍ଦେଶରେ ଆବଶ୍ୟକ ଉନ୍ନତିମୂଳକ କାମ ହେବ ବୋଲି କହିଛନ୍ତି ମୁଖ୍ୟ ସଚିବ ।

Comments are closed.