କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା, ଏପ୍ରିଲ ୨୧ ତାରିଖ ଯାଏଁ ଧର୍ମପୀଠ, ପାର୍କ, ବେଳାଭୂମି ବନ୍ଦ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି । କାଲିଠାରୁ ଏପ୍ରିଲ ୨୧ ତାରିଖ ଯାଏଁ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ବନ୍ଦ ସମୟରେ ଧର୍ମପୀଠ ସବୁ ବିଶୋଧନ କରାଯିବ । କେବଳ ପୂଜକ ନୀତି ସଂପାଦନ କରିବେ । ଜିଲ୍ଲାର ସବୁ ପାର୍କ, ବେଳାଭୂମି, ଓ ହ୍ରଦ ବି କାଲିଠାରୁ ବନ୍ଦ ରହିବ । ଜିଲ୍ଲାରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପର୍ବ ପାଳନକୁ ନିଷେଧ କରାଯାଇଛି ।

ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମାଆ ବୁଢୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦୁଇ ପୂଜକ କୋରୋନା ସଂକ୍ରମିତ ହେବା ଦ୍ୱାରା ସର୍ବସାଧାରଣ ଦର୍ଶନକୁ ଯାତ୍ରା ଶେଷ ଯାଏଁ ବନ୍ଦ ରଖାଯାଇଛି ।

ଗତ ୨୪ ଘଂଟାରେ ଗଞ୍ଜାମ ଜିଲ୍ଲାରେ ୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ୱିତୀୟ ଲହରୀରେ ଜିଲ୍ଲାରେ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ।

Comments are closed.