ଓଜେଇଇ ପରୀକ୍ଷା ପାଇଁ ଜାରି ହେଲା ଓଏସପି, ସମଗ୍ର ପରୀକ୍ଷା ପ୍ରକ୍ରିୟା ସ୍ପର୍ଶ ବିହୀନ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର- ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋଟ ବସିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟବହାର କରାଯିବ, ଯେପରିକି ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ପରିକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରହିବ । ଯଦି କୌଣସି ପରିକ୍ଷାର୍ଥୀଙ୍କ ଶରୀରରେ ଉଚ୍ଚ ତାପମାତ୍ରା କିମ୍ବା କୋରୋନାର ଅନ୍ୟ କୌଣସି ଲକ୍ଷଣ ଥିବା ପରି ଦେଖାଯାଏ,ତାହା ହେଲେ ତାଙ୍କୁ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଅଲଗା କୋଠରରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ।

ପ୍ରତି ସିଫ୍ଟ ଆରମ୍ଭ ହେବା ପୂର୍ବରୁ , ପରୀକ୍ଷା ହଲ୍ ,କବାଟ ହ୍ୟାଣ୍ଡଲ୍‌, ଲିଫ୍ଟ ସୁଇଚ୍ ,ରେଲିଂ ସମେତ ସମସ୍ତ ପରୀକ୍ଷା ସ୍ଥାନର ବିଶୋଧନ କରାଯିବ ।

ପ୍ରତି ସିଫ୍ଟ ଆରମ୍ଭ ପୂର୍ବରୁ ପ୍ରତି ପରିକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, ମନିଟର, କି-ବୋର୍ଡ, ମାଉସ ଆଦି ଭଲ ଭାବେ ବିଶୋଧନ କରାଯିବ ।

ସବୁ ପରିକ୍ଷାର୍ଥୀ ବାଧ୍ୟତାମୂଳକ ଭାବେ ୩ ପ୍ଲାଇ ମାସ୍କ ପିନ୍ଧି ଆସିବେ । ସମସ୍ତଙ୍କୁ ସାନିଟାଇଜରର ଆଣିବାକୁ ପରାମର୍ଶ ଦିଆଯିବ । ସବୁ ଇନଭିଜିଲେଟର ଓ କର୍ମଚାରୀଙ୍କୁ ମାସ୍କ ଓ ସାନିଟାିଜର ଦିଆଯିବା ପରିକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବା ଆଦରୁ ସାବୁନରେ ଓ ସାନିଟାଇଜର ଦ୍ୱାରା ହାତ ସଫା କରିବାକୁ ବାଧ୍ୟ । ପରିକ୍ଷାର୍ଥୀ ଓ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରବେଶ ସ୍ଥାନ ଓ ପରୀକ୍ଷା ସ୍ଥାନ ଭିତରେ ହ୍ୟାଣ୍ଡ୍ ସାନିଟାଇଜର ରହିବ ।

ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ସମଗ୍ର ପରୀକ୍ଷା ପ୍ରକ୍ରିୟା ସ୍ପର୍ଶ ବିହୀନ ହେବ । ପରିକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଥିବା ବାରକୋଡ୍‌, କର୍ମଚାରୀଙ୍କ ଦ୍ୱାରା ସ୍ପର୍ଶ କରା ନ ଯାଇ ବାରକୋଡ୍ ରିଡର ବ୍ୟବହାର କରି ଯାଂଚ କରାଯିବ ।

Comments are closed.