ଏସସିବିରେ ଉଦଘାଟିତ ହେଲା ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର

କଟକ- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର, ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର ଉଦଘାଟିତ ହୋଇଛି । ଆରଡିସି ଅନୀଲ କୁମାର ସାମଲ, ଜିଲା୍ଲପାଳ ଭବାନୀ ଶଙ୍କର ଚୌନି, ସିଏମସି କମିସନର ପ୍ରମୁଖଙ୍କ ଉପସ୍ଥିତିରେ କଟକ ଲୋକସଭା ସଦସ୍ୟ କଟକ ଲୋକସଭା ସଦସ୍ୟ ଭର୍ତୃହରି ମହତାବ ଏହାକୁ ଉଦଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଡି. ହୋତା, କୋଭିଡ ଟେଷ୍ଟିଂର ନୋଡାଲ୍ ଅଫିସର ନିରୁପମା ଚୈନିଙ୍କ ସମେତ ଏସିସିବି ମେଡିକାଲ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed.