ଓଟିଭି ସିଏଫଓ ଏବଂ ଓଡିଶା ଇନଫ୍ରାଟେକ୍ କଂପାନି ନିର୍ଦ୍ଦେଶକ ପଦରୁ ମନୋରଞ୍ଜନ ଷଡଙ୍ଗୀଙ୍କ ଇସ୍ତଫା

ଭୁବନେଶ୍ୱର- ସରୁଅ ଓଟିଭି ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଥିବା ମନୋରଞ୍ଜନ ଷଡଙ୍ଗୀ ଓଟିଭି ସିଏଫଓ ଏବଂ ଓଡିଶା ଇନଫ୍ରାଟେକ୍ କଂପାନି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ।

ସରୁଅ ଜମି କିଣାରେ ବେନାମୀ କାରବାର ହୋଇଛି ବୋଲି ଗୁରୁବାର କ୍ରାଇମବ୍ରାଂଚ ପକ୍ଷରୁ କୁହାଯିବା ସହ ଏହାର ଯାଂଚ କରିବାକୁ ଆୟକର ବିଭାଗକୁ ଅନୁରୋଧ କରିବା ପରେ ଇସ୍ତଫା ଦେଇଛନ୍ତି ମନୋରଂଜନ ।

ସରୁ୍‌ଅ ଜମି କେଳେଙ୍କାରୀ ମାମଲାରେ ମନୋରଂଜନ ଓ ଓଡିଶା ଇନଫ୍ରାଟେକ୍ କର୍ମଚାରୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଛି ।

ଏଠାରେ ଉଲ୍ଲେଖେଯାଗ୍ୟ ଯେ, ବିଜେପିର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ତାଙ୍କ ସ୍ତ୍ରୀ ଜଗି ମଙ୍ଗତ ପଣ୍ଡା ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ପ୍ରମୁଖ ସେୟାର ହୋଲଡର ଓ ପ୍ରୋମୋଟର ଅଛନ୍ତି ।

Comments are closed.