ରାଜ୍ୟରେ ଦିନକରେ ୩ ହଜାର ୬୩୧ ନୂଆ କୋରୋନା ପଜିଟିଭ, ଖୋର୍ଧାରୁ ସର୍ବାଧିକ ୭୨୨, କଟକରୁ ୩୭୦, ପ୍ରଥମ ଥର ପାଇଁ ଗଂଜାମ ଜିଲ୍ଲାରେ ଦିନିକିଆ ସଂକ୍ରମଣ ସଂଖ୍ୟା ୧୫୦ ତଳେ | News Room Odisha

ରାଜ୍ୟରେ ଦିନକରେ ୩ ହଜାର ୬୩୧ ନୂଆ କୋରୋନା ପଜିଟିଭ, ଖୋର୍ଧାରୁ ସର୍ବାଧିକ ୭୨୨, କଟକରୁ ୩୭୦, ପ୍ରଥମ ଥର ପାଇଁ ଗଂଜାମ ଜିଲ୍ଲାରେ ଦିନିକିଆ ସଂକ୍ରମଣ ସଂଖ୍ୟା ୧୫୦ ତଳେ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଂଟାରେ ୩ ହଜାର ୬୩୧ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୨୧୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ନୂଆ ତାଲିକାରେ ଖୋର୍ଧା ପୁଣି ଶୀର୍ଷରେ ରହିଛି । ଏହି ଜିଲ୍ଲାରୁ ସର୍ବାଧିକ ୭୨୨ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୩୭୦ ରୋଗୀ ।

ମୟୂରଭଂଜ ଜିଲ୍ଲାରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩ ଶହରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ୩୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛି । ଜିଲ୍ଲାରୁ ଦିନକରେ ୨୩୮ ନୂଆ ରୋଗୀ ବାହାରିଛନ୍ତି । ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ୧୮୬ ଜଣ ରୋଗୀ ।

ଗଂଜାମ ଜିଲ୍ଲାରୁ ମାତ୍ର ୧୦୭ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା କି ସୂଚିତ କରୁଛି ଯେ, ଜିଲ୍ଲାରେ କରୋନା ପରିସ୍ଥିତିରେ ଦ୍ରୁତ ଉନ୍ନତି ଘଟୁଛି । ଗତ ୨୪ ଘଂଟାରେ ଗଂଜାମ ଜିଲ୍ଲାରୁ ମାତ୍ର ୧୦୭ ନୂଆ ରୋଗୀ ହିଁ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଜିଲ୍ଲାରେ ଦିନକରେ ଏତେ କମ୍ ସଂଖ୍ୟକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି । ୮୪ ହଜାର ୭୪ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ୨୮ ହଜାର ୭୬୩ ରହିଛି । ଏଣେ ଆଉ ୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁସଂଖା ୫୨୨କୁ ବୃଦ୍ଧି ପାଇଛି ।

COVID Positive Cases in OdishaCOVID-19 in Odisha