ବୁର୍ଲା ମେଡିକାଲରେ ୧୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ସ୍ୱତନ୍ତ୍ର କୋଭିଡ ହସପିଟାଲ: ମୁଖ୍ୟ ଶାସନ ସଚିବ

ସମ୍ବଲପୁର : ସମ୍ବଲପୁର ବୁର୍ଲା ମେଡିକାଲରେ ସ୍ୱତନ୍ତ୍ର କୋଭିଡ ହସପିଟାଲ୍ କାର୍ଯ୍ୟକ୍ଷମ ହେବ । ସ୍ୱତନ୍ତ୍ର କୋଭିଡ ହସପିଟାଲରେ ୧୦୦ଟି ଶଯ୍ୟା ଓ ଆଇସିୟୁ ଶଯ୍ୟା ରହିବ । ହସପିଟାଲ ୧୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବା ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଶନିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସମ୍ବଲପୁର ଗସ୍ତ କରି କୋଭିଡ ପରିସ୍ଥିତିର ସମୀକ୍ଷା କରିଥିଲେ ।

Comments are closed.