ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍ ଅନୁମୋଦନ, ଏଣିକି ଅନଲାଇନ ଡୋନେସନ ବ୍ୟବସ୍ଥା ବି ଆରମ୍ଭ ହେବ

ପୁରୀ – ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ଚୂଡାନ୍ତ କରାଯାଇଛି । ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ଯେ,କୋରୋନା ପାଇଁ ଖର୍ଚ୍ଚ ବଢିଯାଇଛି । ସେଥିପାଇଁ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି କମିଟି । ଏଣିକି ଶ୍ରୀମନ୍ଦିର ପାଇଁ ଅନଲାଇନ ଡୋନେସନ ଆରମ୍ଭ କରାଯିବ । ଏଥିରେ ସମସ୍ତେ ଭାଗ ନେବାକୁ ସେ ଅନୁରୋଧ କରିଛନ୍ତି । ମନ୍ଦିର ଖୋଲିବା ନେଇ ସକାରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ନିଷ୍ପତି ପରେ ମନ୍ଦିର ଖୋଲାଯିବ । ବୈଠକରେ ନାଗାର୍ଜୁନ ବେଶ ନେଇ ବି ଆଲୋଚନା ହୋଇଛି ।

Comments are closed.