ଜାମ୍ମୁକାଶ୍ମୀର କାଠୁଆରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ – ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲା ସଂଲଗ୍ନ ଅର୍ନ୍ତଜାତୀୟ ସୀମାରେ ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ୍ କରି ପାକିିସ୍ତାନୀ ରେଞ୍ଜର୍ସ ତରଫରୁ ଗୁଳି ବର୍ଷଣ କରାଯାଇଛି । ସକାଳ ପ୍ରାୟ ସାଢ଼େ ନଅଟାରୁ ପାକିସ୍ତାନ ପଟୁ ଗୁଳିବର୍ଷା ଆରମ୍ଭ ହୋଇଥିଲା ।

ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲେ । ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ତେବେ ଏଥିରେ ଭାରତୀୟ ସୀମା ପଟେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ପାକିସ୍ତାନୀ ସେନାର ଫାୟରିଂରେ ଭାରତର ଦୁଇ ସେନା କର୍ମଚାରୀ ଆଲତାଫ୍ ହୁସେନ ଓ ମହମ୍ମଦ ଜୈଫ୍ ଆହତ ହେବାର ଦୁଇଦିନ ପରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଳଂଘନ କରିଛି ।

Comments are closed.