ରାଜ୍ୟରେ ଆଉ ୩ ହଜାର ୪୯୦ ନୂଆ କୋରୋନା ପଜିଟିଭ, ଦିନକରେ ୧୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୩୦ଟି ଜିଲ୍ଲାରୁ ୩ ହଜାର ୪୯୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୯୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୯୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୫୩୫, କଟକରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଂଜାମ ଜିଲ୍ଲାରେ ଦିନକରେ ମାତ୍ର ୬୯ ଜଣ ଚିହ୍ନଟ ହୋଇଛନ୍ତି, ଯାହା କି ସଂକ୍ରମଣର ଉଲ୍ଲେଖନୀୟ ହ୍ରାସ । ରାୟଗଡା ଜିଲ୍ଲାରୁ ୨୦୬, ମୟୂରଭଂଜରୁ ୨୦୭, ପୁରୀରୁ ୨୧୭ ଓ ଯାଜପୁର ଜିଲ୍ଲାରୁ ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରୁ ୧୧୦, ବାଲେଶ୍ୱରରୁ ୯୨, ଜଗତସିଂହପୁରରୁ ୯୧, ଝାରସୁଗୁଡାରୁ ୧୦୩, କୋରାପୁଟରୁ ୯୩, ନୂଆପଡାରୁ ୧୦୨, ସମ୍ବଲପୁରରୁ ୮୫, ସୋନପୁରରୁ ୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ୩୧ ହଜାର ୩୬୨ ରହିଛି । ଏଣେ ରାଜ୍ୟରେ କୋରୋନାରେ ଗତ୨୪ ଘଂଟାରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି । ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଜଣ, ଗଂଜାମ ଓ ମୟୂରଭଂଜରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

Comments are closed.