ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

  1. କେନ୍ଦ୍ରଠାରୁ ୧୧୦୦ କୋଟି ଟଙ୍କାର ବନ୍ୟା ସହାୟତା ଦାବି କଲେ ରାଜ୍ୟ ସରକାର, ବନ୍ୟା ପରବର୍ତୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଦଳର ପ୍ରଶଂସା
  2. କୋଭିଡ ମୁକାବିଲା : ରାଜ୍ୟରେ ଏ ଯାଏଁ ୧୦୦୦ରୁ ଅଧିକ ରୋଗୀଙ୍କ ଦିଆଯାଇଛି ପ୍ଲାଜମା…ଡୋନରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
  3. ସୋନପୁର ଜିଲ୍ଲାରେ କ୍ରୀଡା ଭିତିଭୂମିର ଉନ୍ନତି ଉପରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗୁରୁତ୍ୱାରୋପ, ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ
  4. ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ତତ୍ପରତା, ଟ୍ୱିନ୍ ସିଟିରେ କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ଡିଜିପିଙ୍କ ବୈଠକ, ୩ଟି ଜୋନ୍‌ରେ ବିଭକ୍ତ ହେବ ରାଜଧାନୀ
  5. କୃଷି କ୍ଷେତ୍ରରେ ଉଦାରୀକରଣ ସଂପର୍କିତ ବିଲକୁ ବିରୋଧ, ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅକାଳୀ ଦଳ ନେତ୍ରୀ ହରସିମରତ କୌର
  6. ରାଜ୍ୟସଭାରେ ରାଜନାଥଙ୍କ ବିବୃତି : ଏଲଏସିରେ ଯଥାସ୍ଥିତି ପରିବର୍ତନ ପାଇଁ ଉଦ୍ୟମ ଗ୍ରହଣୀୟ ନୁହେଁ , ଲଦାଖରେ ଭାରତର ୩୮ ହଜାର ବର୍ଗ କିଲୋମିଟର ଅଂଚଳ ବେଆଇନ ଭାବେ କବଜା କରିଛି ଚୀନ୍
  7. ଏଲଏସିରେ ଚୀନ୍ ସେନାର ନୂଆ ଚାଲ୍‌, ଭାରତୀୟ ଯବାନଙ୍କ ଧ୍ୟାନ ହଟାଇବାକୁ ଲଗାଇଛି ଲାଉଡସ୍ପିକର୍‌, ବଜାଉଛି ପଂଜାବୀ ଗୀତ
  8. ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫୧ ଲକ୍ଷ ପାର, ଦିନକରେ ରେକର୍ଡ ୯୭ ହଜାର ୮୯୪ ନୂଆ ମାମଲା
  9. ଆସନ୍ତାବର୍ଷ ପ୍ରାରମ୍ଭରେ ଦେଶରେ ଉପଲବ୍ଧ ହୋଇପାରେ କୋରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Comments are closed.