ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ : ଜଣେ ମୃତ, ଜଣେ ନିଖୋଜ, ଏଲପିଜି ରିଫିଲିଂ ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା | News Room Odisha

ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ : ଜଣେ ମୃତ, ଜଣେ ନିଖୋଜ, ଏଲପିଜି ରିଫିଲିଂ ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା

ଭୁବନେଶ୍ୱର- ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଖୋଜ ଅଛନ୍ତି ।

ବିସ୍ଫୋରଣ ନେଇ ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ସୁଧାଂଶୁ ଷଡଙ୍ଗୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡିଲେ ବିସ୍ଫୋରଣ ସ୍ଥଳରୁ ମାଂସଖଣ୍ଡର ଡିଏନଏ ଟେଷ୍ଟ ହେବ । ଟକ୍ସିକୋଲୋଜ ବିଭାଗ ଯାଂଚ କରିବ ବୋଲି ସେ ସୂଚନା ଦେଇଛନ୍ତି । ଏଣେ ବିସ୍ଫୋରଣ ଘଟଣାର କାରଣ ସାମନାକୁ ଆସିଛି । ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ଏଲପିଜି ରିଫିଲିଂ ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା ବୋଲି ସୂଚନା ମିଳିଛି ।

ଏଲପିଜି ଗ୍ୟାସ ରିଫିଲିଂ ବେଳେ ୪ ଜଣ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ମିଳିସାରିଛି । ଇଂଜିନିୟର ସୀମାଚଂଳ ପରିଡାଙ୍କ ସନ୍ଧାନ ମିଳିନାହିଁ ।

BhubaneswarMajor Fire Breaks Out In Petro Tank