ଓରଟେଲ କଂପାନିରରୁ ଇସ୍ତଫାଦେଲେ ଶିବପ୍ରସାଦ ଶ୍ରୀଚନ୍ଦନ, ଜଗି ଓ ବୈଜୟନ୍ତଙ୍କ ବିରୋଧରେ ଆଣିଲେ ବିଶ୍ୱାସଘାତକତାର ଅଭିଯୋଗ

ଭୁବନେଶ୍ୱର- ଜଗି ମଙ୍ଗତ ପଣ୍ଡା ଓ ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ କଂପାନି ଓରଟେଲରୁ ଇସ୍ତଫା ଦେଇଛନ୍ତି ଶିବପ୍ରସାଦ ଶ୍ରୀଚନ୍ଦନ । ସେ ଓରଟେଲର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ଜମି) ଭାବେ କାର୍ଯ୍ୟ କରୁଥିଲେ ।

ତାଙ୍କ ସରଳତାର ସୁଯୋଗ ନେଇ ଓରଟେଲ କଂପାନି ଏବଂ କର୍ତୃପକ୍ଷ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି ଶିବପ୍ରସାଦ । କଂପାନିରୁ ଇସ୍ତଫା ବାବଦରେ ସେ ଓରଟେଲ ଏମଡିଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି । ଶିବପ୍ରସାଦ ସ୍ୱଇଚ୍ଛାରେ ଏହି ଚିଠି ଲେଖିଥିବା ତାଙ୍କ ସ୍ତ୍ରୀ କହିଛନ୍ତି ।

କଂପାନିର କର୍ମଚାରୀ ହିସାବରେ ଯେତେବେଳ ଯାହା କୁହାଯାଇଛି, ସେ ତାହା କରିଛନ୍ତି । ତାଙ୍କୁ ଯେଉଁଠି ଦସ୍ତଖତ କରିବା ପାଇଁ କୁହାଯାଇଛି, ସେ ତାହା କରିଛନ୍ତି ବୋଲି ଶିବପ୍ରସାଦ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । କଂପାନିର କାର୍ଯ୍ୟ ପାଇଁ ତାଙ୍କୁ ଜେଲ୍ ନିଆ ପଠାଯାଇଛି । କୌଣସି ବେଆଇନ୍ କାର୍ଯ୍ୟକଳାପରେ ତାଙ୍କର ବ୍ୟକ୍ତିଗତ ସଂପୃକ୍ତି ନାହିଁ ।

କଂପାନି ପାଇଁ ତାଙ୍କୁ ଯଦି ଗିରଫ କରାଗଲା, ତାହାହେଲେ ସେହି କଂପାନି ତାଙ୍କୁ କାହିଁକି ସହାୟତା କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶିବପ୍ରସାଦ । ଏହା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି । ଓରଟେଲ କଂପାନିରେ ଜଗି ଓ ବୈଜୟନ୍ତଙ୍କ ୯୯.୫ ଅଂଶଧନ ରହିଛି । ତେଣୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଶିବ ଦର୍ଶାଇଛନ୍ତି ।

Comments are closed.