ପୋଲିସ ଡିଜିଙ୍କ ସୂଚନା : ଗତ ୯ ମାସରେ ରାଜ୍ୟରେ ୧ ହଜାର ୫୪ କୁଇଟାଂଲ ଗଂଜେଇ ଜବତ , ଗଂଜେଇ ଓ ବ୍ରାଉନସୁଗାର ବିରୋଧରେ ଅଧିକ କଡା ହେବ ଅଭିଯାନ

ଭୁବନେଶ୍ୱର- ଓଡିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଅଭିଯାନ ଜାରି ରହିବ । ଚୋରା ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡିଜିପିଙ୍କ ସୂଚନା ଅନୁସାରେ ଗତ ୯ ମାସରେ ରାଜ୍ୟରେ ୧ ହଜାର ୫୪ କୁଇଟାଂଲ୍ ଗଂଜେଇ ଜବତ ହୋଇଛି ।

କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କୁଇଟାଂଲ୍ ଗଂଜେଇ ଜହତ ହୋଇଥିବା ବେଳେ ମାଲକାନଗିିରି ଜିଲ୍ଲାରୁ ୨୪୦ କୁଇଟାଂଲ୍ ଗଂଜେଇ ଜବତ ହୋଇଛି । ଗଜପତି ଜିଲ୍ଲାରୁ ଗତ ୯ ମାସରେ ୧୨୬ କୁଇଟାଂଲ ଗଂଜେଇ ଜବତ ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ଗଂଜେଇ ଚାଲାଣ ଓ ମାଫିଆଙ୍କୁ ଧରିବା ପାଇଁ ୫ଟି ରାଜ୍ୟର ଡିଜିପିଙ୍କ ସହ ଆଲୋଚନା ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅଭୟ ।

Comments are closed.