କୋରୋନା ସଂକ୍ରମଣ : ଆଜିଠାରୁ ଗଞ୍ଜାମ ଜିଲ୍ଲାର ସବୁ ଧାର୍ମିକ ସ୍ଥଳ, ପାର୍କ, ବେଳାଭୂମି ଓ ହ୍ରଦ ୨୧ ତାରିଖ ଯାଏଁ ବନ୍ଦ | News Room Odisha

କୋରୋନା ସଂକ୍ରମଣ : ଆଜିଠାରୁ ଗଞ୍ଜାମ ଜିଲ୍ଲାର ସବୁ ଧାର୍ମିକ ସ୍ଥଳ, ପାର୍କ, ବେଳାଭୂମି ଓ ହ୍ରଦ ୨୧ ତାରିଖ ଯାଏଁ ବନ୍ଦ

ବ୍ରହ୍ମପୁର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଆଜିଠାରୁ ୨୧ ତାରିଖ ଯାଏଁ ବନ୍ଦ କରିଦିଆଯାଇଛି । ଗତକାଲି ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଆଜିଠାରୁ ଧର୍ମପୀଠ ସହ ପାର୍କ, ସମୁଦ୍ର ବେଳାଭୂମି, ହ୍ରଦ ମଧ୍ୟ ୨୧ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନଗୁଡିକୁ ବିଶୋଧନ କରାଯିବ । କୋରୋନା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ଜିଲ୍ଲାର ପ୍ରସିଦ୍ଧ ମେରୁଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ହେଉନାହିଁ । ଗଞ୍ଜାମ ଜିଲ୍ଲ୍‌ାରେ ଗତ ୨୪ ଘଂଟା ମଧ୍ୟରେ ୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।