ମାଟ୍ରିକ ପରୀକ୍ଷା ନେଇ ବଡ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।ତେବେ କେବଳ ମାଟ୍ରିକ ପରୀକ୍ଷା ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ମଧ୍ୟ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାବଦରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ନବୀନ । ଗତକାଲି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ କରିଥିଲା କେନ୍ଦ୍ର । ଏଥିସହିତ ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଛି ।

Comments are closed.