ସାରାରାଜ୍ୟର ସହରାଞ୍ଚଳରେ କାଲିଠାରୁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର – କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସାରା ରାଜ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାର ସହରାଂଚଳରେ ନାଇଟ କର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ କରାଯାଇଛି ।

ସେସବୁ ଜିଲ୍ଲାଗୁଡିକର ସହରାଂଚଳରେ ଏଣିକି ସଂଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଜାରି ରହିବ ନାଇଟ କର୍ଫ୍ୟୁ । ଭୁବନେଶ୍ୱର ରାଜ୍ୟର ଅବଶିଷ୍ଟ ଅଂଚଳରେ କାଲିଠାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଘୋଷଣା କରିଛନ୍ତି ।

 

Comments are closed.