ରାଜ୍ୟରେ ଗତବର୍ଷ ତୁଳନାରେ କୋଭିଡ ଶଯ୍ୟା ୫ ଗୁଣ ବୃଦ୍ଧି କରାଯିବ

ଭୁବନେଶ୍ୱର- ରାଜ୍ୟରେ ଗତବର୍ଷ ତୁଳନାରେ ୫ ଗୁଣ ବଢିବ କୋଭିଡ ଶଯ୍ୟା । ଆଇସିୟୁ ଶଯ୍ୟା ମଧ୍ୟ ୨ଗୁଣ ବଢାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନର ସ୍ଥିତି ଦେଖି ଅଧିକ ଅକ୍ସିଜେନ୍ ଓ ଭେଂଟିଲେଟର ସୁବିଧା କରାଯିବ । ପ୍ରତି ଶହେ ଶ ଯ୍ୟାରେ ହାରାହାରି ୬ଟି ଆଇସିୟୁ ଶଯ୍ୟା ରହିବା ଜରୁରୀ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।

 

Comments are closed.