ନବୀନଙ୍କ ଘୋଷଣା: ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଓ ରାଲି କରିବନି ବିଜେଡି

ଭୁବନେଶ୍ୱର –ଭୟାବହ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ପାଇଁ କୌଣସି ପ୍ରଚାର, ଜନସଭା କିମ୍ବା ରାଲି ନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି ।

ନବୀନ କହିଛନ୍ତି ଯେ, ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଓଡ଼ିଶାର ଲୋକ ମୋ ପରିବାର ଭଳି । ସମ୍ପ୍ରତି କୋଭିଡ୍‌-୧୯ର ଗମ୍ଭୀର ସ୍ଥିତି ଓ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବିଜୁ ଜନତା ଦଳ ପିପିଲ ଉପନିର୍ବାଚନ ପାଇଁ କୌଣସି ଜନସଭା, ରାଲି କିମ୍ବା ପ୍ରଚାର ନ କରିବାକୁ ନିଷ୍ପତ୍ତି ନେଇଛି ।
ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ଲୋକଙ୍କ ଜୀବନକୁ ବିପଦକୁ ଠେଲି ଦେବାକୁ ବିଜେଡି ଚାହୁଁ ନାହିଁ ବୋଲି ନବୀନ କହିଛନ୍ତି । ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟରେ ଆଗାମୀ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଓ ରାଲି ଉପରେ ପୁନର୍ବିଚାର କରିବାକୁ ମଧ୍ୟ ନବୀନ ଅନ୍ୟ ରାଜନୈତିକ ଦଳ ଓ ନିର୍ବାଚନ କମିଶନଙ୍କୁ ଅପିଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପିପିଲ ଉପନିର୍ବାଚନ ମେ ୧୩ରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ସାନି ବିଜ୍ଞପ୍ତି ଜାରି କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଙ୍କ କରୋନାରେ ମୃତ୍ୟୁ ହେବା ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

Comments are closed.