ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମପୀଠ ଓ ପର୍ଯ୍ୟଟନ ସ୍ଥଳୀରେ ସର୍ବସାଧାରଣ କଟକଣା ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି

ବ୍ରହ୍ମପୁର –କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ମାସ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳରେ ଜାରି କରାଯାଇଥିବା କଟକଣାକୁ ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଜିଲ୍ଲା ପ୍ରଶାସନ ।

ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର ସବୁ ଉପାସନୀ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଧର୍ମପୀଠରେ ପୂଜାର୍ଚ୍ଚନା ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ହେବ ।

ସେହିଭଳି ପାର୍କ, ବେଳାଭୂମି, ଖେଳ ପଡିଆ ଓ ହ୍ରଦ ଆଦି ଦର୍ଶନୀୟ ସ୍ଥାନ ଲୋକଙ୍କ ପାଇଁ ବନ୍ଦ ରହିବ । ମେ ମାସ ୧୫ ତାରିଖ ଯାଏଁ ଏହି କଟକଣା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

Comments are closed.