ବ୍ରହ୍ମପୁର ଏମକେସିଜିରେ ଅକ୍ସିଜେନ ଅଭାବ ଖବର ଗୁଜବ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର- ରେଶମ ସହରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଅକ୍ସିଜେନ ଅଭାବ ଖବର ଗୁଜବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଭଳି ଖବର କେବଳ ଗୁଜବ ବୋଲି କହିଛନ୍ତି । ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ଲାଏ ଚେନ୍ ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ଏମକେସିିଜିରେ ଗତକାଲି ସଂଧ୍ୟାରୁ ଅକ୍ସିଜେନ ଷ୍ଟକ୍ ସରିଯାଇଛି । ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହୋଇଛି ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି କହିଥିଲେ । ଏପରିିକି କିଛି ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ତାଙ୍କ ପାଖରେ ଅଛି ବୋଲି ହରିଚନ୍ଦନ ଟ୍ୱିଟ୍ କରିବା ସହ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ କହିଥିଲେ । କିନ୍ତୁ ଗଞ୍ଜାମ ଜିଲ୍ଲାପାଳ ଅକ୍ସିଜେନ ଅଭାବ ଖବରକୁ ଖଣ୍ଡନ କରିବା ସହ ଏହା ମିଥ୍ୟା ଖବର ବୋଲି କହିଥିଲେ । ଅକ୍ସିଜେନ ସପ୍ଲାଏ ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.