ନିଜର କୋରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଲା ଜନସନ୍ ଆଣ୍ଡ୍ ଜନସନ୍ କଂପାନି, ଟ୍ରାଏଲରେ ସାମିଲ ବ୍ୟକ୍ତି ଅସୁସ୍ଥ | News Room Odisha

ନିଜର କୋରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଲା ଜନସନ୍ ଆଣ୍ଡ୍ ଜନସନ୍ କଂପାନି, ଟ୍ରାଏଲରେ ସାମିଲ ବ୍ୟକ୍ତି ଅସୁସ୍ଥ

ୱାଂସିଟନ : ସାରା ଦୁନିଆରେ କୋଭିଡ-୧୯ ମହାମାରୀର ପ୍ରକୋପ ମଧ୍ୟରେ ଟିକା ପ୍ରସ୍ତୁତ ପାଇଁ ଉଦ୍ୟମ ଚାଲିଛି । ତେବେ, କୋରୋନା ଟିକା ପ୍ରସ୍ତୁତ କରୁଥିବା ଆଉ ଏକ କଂପାନି ଜନସନ ଆଣ୍ଡ୍ ଜନସନ ପକ୍ଷରୁ ଏକ ନୈରାଶ୍ୟଜନକ ଖବର ମିଳିଛି । କଂପାନି ନିଜର କୋରୋନା ଟିକା ଟ୍ରାଏଲ ଉପରେ ରୋକ୍ ଲଗାଇଛି । ଟ୍ରାଏଲରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି କୌଣସି ରୋଗରେ ପୀଡିତ ହେଲା ପରେ ଜନସନ ଆଣ୍ଡ୍ ଜନସନ ଆପାତତଃ କୋରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଛି । ଚଳିତ ମାସ ପ୍ରାରମ୍ଭରେ ଆମେରିକାରେ କୋରୋନା ଟିକା ପ୍ରସ୍ତୁତ କରୁଥିବା କଂପାନିମାନଙ୍କ ମଧ୍ୟରେ ଜନସନ୍ ଆଣ୍ଡ ଜନସନ୍ କଂପାନିକୁ ସର୍ଟଲିଷ୍ଟ କରାଯାଇଥିଲା ।