ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ, ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା, ଲଘୁଚାପ ଯୋଗୁଁ ଗଜପତି ଓ ଗଂଜାମ ଜିଲ୍ଲାରେ ସର୍ବାଧିକ ବର୍ଷା

ଭୁବନେଶ୍ୱର- ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଏହି ସମୟ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ, ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ । ୭ ଦିନ ଯାଏଁ ବଡ ଧରଣର ବର୍ଷା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି । ଲଘୁଚାପ ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟକ୍ଷତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ଗଂଜାମର ତିନିଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୬ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ସେ କହିଛନ୍ତି । ତେବେ, କୌଣସି ବଡ ଧରଣର ବିପଦ ନାହିଁ ବୋଲି ଏସଆରସି କହିଛନ୍ତି ।

Comments are closed.