ସାପ୍ତାହିକ ହାଟରୁ ଲସି ପିଇ ୬୦ରୁ ଅଧିକ ଅସୁସ୍ଥ

ମାଲକାନଗିରି- ମାଲକାନଗିରି ଜିଲ୍ଲା କାଲଦା ପଂଚାୟତରେ ଅଭାବନୀ ଘଟଣା । ଲସି ପିଇ ବିଭିନ୍ନ ଗାଁର ୬୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ସାପ୍ତାହିକ କୁର୍ତ୍ତି ହାଟରୁ ସେମାନେ ଲସି ପିଇଥିଲେ । ସବୁ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ବି ରହିଥିବା ସୂଚନା ମିଳିଛି ।

Comments are closed.