‘ମୋ ସ୍କୁଲ ଅଭିଯାନ’ : ଯୋଡି ହୋଇଛନ୍ତି ୫ ଲକ୍ଷ ୬୦ ହଜାର ଆଲୁମିନି, ୧୨୧ ଦଶମିକ ୨୬ କୋଟିର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅଭିନବ ‘ମୋ ସ୍କୁଲ୍ ଅଭିଯାନରେ ୫ ଲକ୍ଷ ୬୦ ହଜାର ଆଲୁମିନି ଯୋଡି ହୋଇଛନ୍ତି । ଏଯାବତ୍ ଏହି ଅଭିଯାନରେ ୩୩ ହଜାର ସ୍କୁଲ୍ ସାମିଲ ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୧୨୧ ଦଶମିକ ୨୬ କୋଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ମୋ ସ୍କୁଲ ଅଭିଯାନର ୨୪ତମ କାର୍ଯ୍ୟକାରୀ ପରିଷଦରେ ବିଭିନ୍ନ ପ୍ରକଳ୍ପ ଅନୁମୋଦିତ ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ୍ ଅଭିଯାନର କାର୍ଯ୍ୟକାରୀ ପରିଷଦର ବୈଠକ ବସିଥିଲା ।

Comments are closed.