ଉତ୍ସର୍ଗୀକୃତ ମନୋଭାବର ବଳିଷ୍ଠ ଉଦାହରଣ : ବାପାଙ୍କୁ ହରାଇବାର ୨୪ ଘଂଟା ମଧ୍ୟରେ କୋଭିଡ ଡ୍ୟୁଟିକୁ ଫେରିଲେ ଏମକେସିଜି ଡାକ୍ତର

ବ୍ରହ୍ମପୁର – କୋରୋନା ସଂକଟ ସମୟରେ ଅନେକ ଡାକ୍ତର ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ରୋଗୀ ସେବା ଜାରି ରଖୁଛନ୍ତି । କୌଣସି ପ୍ରକାର ବାଧାବିଘ୍ନ ସେମାନଙ୍କୁ ଅଟକାଇ ପାରୁ ନାହିଁ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଡକ୍ଟର ନିହାର ରଂଞ୍ଜନ ସାହୁ ଏ କ୍ଷେତ୍ରରେ ଏକ ବଳିଷ୍ଠ ଉଦାହରଣ ।

ଏମକେସିଜିର ଏମସିଏଚରେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସାହୁ ନିଜ ପିତାଙ୍କୁ ହରାଇଥିଲେ । କିନ୍ତୁ ପିତାଙ୍କ ମୃତ୍ୟୁର ମାତ୍ର ୨୪ ଘଂଟାରୁ କମ୍ ସମୟ ମଧ୍ୟରେ ହିଁ ସେ ପୁଣି ଡ୍ୟୁଟି ଜଏନ କରିଛନ୍ତି । ବାପାଙ୍କ ବିୟୋଗଜନିତ ବ୍ୟକ୍ତିଗତ ଦୁଃଖ ଓ ଶୋକ ଭୁଲି ୨୪ ଘଂଟା ମଧ୍ୟରେ କୋଭିଡ ଡ୍ୟୁଟି ଜଏନ କରିଥିବାରୁ ଡକ୍ଟର ନିହାର ରଂଜନ ସାହୁଙ୍କୁ ସବୁଆଡୁ ଭୂୟସୀ ପ୍ରଶଂସା କରାଯାଇଛି । ଡକ୍ଟର ସାହୁଙ୍କ ଏଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଚ୍ଚ ପ୍ରଶଂସା କରିଛନ୍ତି ।

Comments are closed.