ଟିଆରପି ଜାଲିଆତି ପ୍ରଭାବ : ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ସର୍ଭେ ୮ରୁ ୧୨ ସପ୍ତାହ ବନ୍ଦ ରଖିବ ବିଏଆରସି

ମୁମ୍ବାଇ – ଟେଲିଭିଜନ ରେଟିଂ ପଏଂଟ୍‌-ଟିଆରପି ସ୍କାମ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂଣ୍ଣ ର୍ ନିଷ୍ପତି ନେଇଛି ବ୍ରଡକାଷ୍ଟ ଅଡିଏନସ୍ ରିସର୍ଚ୍ଚ କାଉନସିଲ-ବିଏଆରସି । କିଛି ଘରୋଇ ଜାତୀୟ ଟିଭି ନ୍ୟୁଜ ଚ୍ୟାନେଲ ବିରୋଧରେ ମୁମ୍ବାଇ ପୋଲିସ ଟିଆରପି ଜାଲିଆତି ଅଭିଯୋଗ ଆଣିଲା ପରେ ବିବାଦ ସୃଷ୍ଟି ହୋଇଛି ।

ଏ ପରିପ୍ରେକ୍ଷୀରେ ବିଏଆରସି ନ୍ୟୁଜ ଚ୍ୟାନେଲ ପାଇଁ କରାଯାଉଥିବା ସାପ୍ତାହିକ ରେଟିଂକୁ ସାର୍ବଜନୀନ ନ କରିବାକୁ ନିଷ୍ପତି ନେଇଛି । ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ସର୍ଭେ ୮ରୁ ୧୨ ସପ୍ତାହ ଯାଏଁ ବନ୍ଦ ରଖିବାକୁ ବିଏଆରସି ନିଷ୍ପତି ନେଇଛି । ଏଣେ ଏହି ମାମଲାରେ ଜାରି ସମନ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ରିପବ୍ଲିକ ମିଡିଆ ଗ୍ରୁପ୍ କୁ କହିଛନ୍ତି ।

Comments are closed.