ଭାରତରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ଦିନକରେ ୫୫, ୭୨୨ ଆକ୍ରାନ୍ତ ଚିହ୍ନଟ, ୫୭୯ ମୃତ

ନୂଆଦିଲ୍ଲୀ – ଦେଶରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୨୪ ଘଂଟାରେ ୫୫ ହଜାର ୭୨୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ଏଥିସହ ଦେଶରେ ମୋଟ କୋରୋନା ସଂକ୍ରମଣ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩କୁ ବୃଦ୍ଧି ହୋଇଛି । ଏଥିମଧ୍ୟରୁ ୬୬ ଲକ୍ଷ ୬୩ ହଜାର ୬୦୮ ଜଣ ସୁସ୍ଥ ହୋଇଥିଲା ବେଳେ ୭ ଲକ୍ଷ ୭୨ ହଜାର ୫୫ ଜଣ ଚିକିତ୍ସାଧୀନ ଅଛନ୍ତି ।

ଦେଶରେ ଗତ ୨୪ ଘଂଟାରେ କୋରୋନାରେ ୫୭୯ ଜଣଙ୍କ ମୃତ୍ୟୁ ହୋଇଛି ।ଏଥିସହ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦କୁ ବୃଦ୍ଧି ପାଇଛି ।

Comments are closed.