ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ, ୨ ହଜାର ତଳକୁ ଖସିଲା ମାମଲା, ଦିନକରେ ୧୯୮୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ୨ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୮୨ ନୂଆ ଆକ୍ରାନ୍ତ ହିଁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧ ହଜାର ୧୫୬ ଓ ସ୍ଥାନୀୟ ଅଂଚଳରୁ ୮୨୬ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୩୦୦, କଟକରୁ ୧୪୫, ଅନୁଗୁଳରୁ ୧୧୯, ମୟୂରଭଂଜରୁ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୮, ବାଲେଶ୍ୱରରୁ ୮୬, ବଲାଙ୍ଗିରରୁ ୮୮, ଯାଜପୁରରୁ ୮୬, ପୁରୀରୁ ୭୨, କେନ୍ଦ୍ରାପଡାରୁ ୬୫ ଓ ଭଦ୍ରକରୁ ୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪ ନୂଆ ଆକ୍ରାନ୍ତ ।

ରାଜ୍ୟରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୩୪୬କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୨ ଲକ୍ଷ ୪୬ ହଜାର ୮୩୭ ସୁସ୍ଥ ହୋଇସାରିଲେଣି । ୨୨ ହଜାର ୩୦୪ ଜଣ ଚିକିତ୍ସାଧୀନ ଅଛନ୍ତି । ଏଣେ ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.