‘ମୋ ବିଦ୍ୟୁତ ଆପ୍‌’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, ମୋ ସରକାର ଅଧିନକୁ ଆସିଲା ବିଦ୍ୟୁତ ସେବା

ଭୁବନେଶ୍ୱର- ରାଜ୍ୟରେ ମୋ ବିଦ୍ୟୁତ ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦ୍ୟୁତ ଉପଭୋକ୍ତାଙ୍କୁ ଗ୍ରାହକ ସେବା ପାଇବାରେ ସାହାଯ୍ୟ କରିବ ଏହି ଆପ୍ । ଏଣିକି ମୋ ସରକାର ଅଧୀନକୁ ଆସିଲା ବିଦ୍ୟୁତ ସେବା । ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ । ସେପଟେ ମୋ ବିଦ୍ୟୁତ ଆପ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ୫ କିଲୋୱାଟ ଯାଏଁ ବିଜୁଳି ବ୍ୟବହାର ପାଇଁ ୪୮ ଘଂଟାରେ ସଂଯୋଗ ମିଳିପାରିବ । ଘରୋଇ, ବ୍ୟବସାୟ, କୃଷି, ଜଳସେଚନ ପାଇଁ ୪୮ ଘଂଟାରେ ସଂଯୋଗ ମିଳିପାରିବ । ଅନଲାଇନ ବିଦ୍ୟୁତ ଦେୟ ପୈଠ ଉପରେ ୨ ପ୍ରତିଶତ ରିହାତି ମିଳିବ । ୪ଟି ବିଦ୍ୟୁତ ଯୋଗାଣକାରୀ ସଂସ୍ଥାର ଦେୟ ପୈଠ ଉପରେ ରିହାତି ଘୋଷଣା କରାଯାଇଛି । ଏହି ଆପ୍ ଦ୍ୱାରା ବିଦ୍ୟୁତ ସେବାରେ ସ୍ୱଚ୍ଛତା ରହିବା ସହ ନିର୍ଧାରିତ ଅବଧିରେ ସେବା ମିଳିପାରିବ ।

Comments are closed.