୨୪ ଘଂଟା ମଧ୍ୟରେ ବଙ୍ଗୋପ ସାଗରରେ ଲଘୁଚାପ, ୨୨ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର- ଆସନ୍ତା ୨୪ ଘଂଟା ମଧ୍ୟରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ୭ଟି ଓ ଆସନ୍ତାକାଲି ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୫ଟି ଜିଲ୍ଲା ହେଲା –ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ଓ ଗଜପତି । ଆସନ୍ତାକାଲି ୮ଟି ଜିଲ୍ଲା ନାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାର୍ନିଂଜାରି କରାଯାଇଛି । ଏସବୁ ଜିଲ୍ଲାରେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଅକ୍ଟୋବର ୨୨ ତାରିଖ ଯାଏଁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Comments are closed.