ନଭେମ୍ବର ୫ରୁ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା, ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର- ନଭେମ୍ବର ୫ ତାରିଖରୁ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା ଆରମ୍ଭ ହେବ । ଏ ନେଇ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପରୀକ୍ଷା ହେବ । ଯୁକ୍ତ ଦୁଇ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇପାରିବେ । ଏ ବର୍ଷ କୋରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷା ଅଧାରୁ ବାତିଲ ହୋଇଥିଲା । ବିକଳ୍ପ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା ।

Comments are closed.