ଦେଶରେ ଦୈନିକ କୋରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ, ୫୦ ହଜାର ତଳେ ସଂକ୍ରମଣ ସଂଖ୍ୟା, ଦିନକରେ ୪୬ ହଜାର ୭୯୦ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ – ଦେଶରେ ଦିନକରେ ୪୬ ହଜାର ୭୯୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ବେଶ୍ କିଛି ଦିନ ପରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଲକୁ ଖସିଛି । ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୩କୁ ବୃଦ୍ଧି ପାଇଛି । ଏ ଯାଏଁ ଦେଶରେ ୬୭ ଲକ୍ଷ ୩୩ ହଜାର ୩୨୮ ଜଣ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୪୮ ହଜାର ୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି ।

କୋରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯୭କୁ ବୃଦ୍ଧି ପାଇଛି । ୨୪ ଘଂଟାରେ ୫୮୭ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.