ଟଳିଲା ବଡ ଅଘଟଣ, ମାଲକାନଗିରି ସ୍ୱାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ ଜବତ କରି ନିଷ୍କ୍ରିୟ କଲା ବିଏସଏଫ୍‌

ମାଲକାନଗିରି – ମାଲକାନଗିରି ସ୍ୱାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ଯୋଡାଆମ୍ବ -ଗୁରାସେତୁ ରାସ୍ତାରୁ ଏସବୁ ଲ୍ୟାଣ୍ଡମାଇନ ଠାବ କରିଥିଲା ବିଏସଏଫ୍ । ପରେ ବୋମା ସ୍କ୍ୱାଡ୍ ଦ୍ୱାରା ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରାଯାଇଛି । ଫଳରେ ବହୁତ ବିପଦ ଟଳିଯାଇଛି । ସଂପୃକ୍ତ ଅଂଚଳରେ ବିଏସଏଫ ଯବାନମାନେ କମ୍ବିଂ ଅପରେସନ ଚଳାଇଥିଲା ବେଳେ ଲ୍ୟାଣ୍ଡମାଇନ ଠାବ କରିଥିଲେ ।

Comments are closed.