ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଆୟୁଷ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ ଜିଣିଲେ ଆୟୁଷ । ରାଜଧାନୀର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ଆୟୁଷ ଦାସ ନିଜେ ସଂଚୟ କରିଥିବା ୧୦ ହଜାର ୧ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । କୋରୋନା ମହାମାରୀ ବିରୋଧରେ ଓଡିଶାର ଲଢେଇରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ଜମା ଅର୍ଥ ଦାନ କରିଛନ୍ତି କୁନି ପୁଅ ଆୟୁଷ ।

ଏହାଛଡା ସେ ନିଜେ ଆଙ୍କିଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଛବି ବି ଉପହାର କରିଛନ୍ତି । କୋମଳମତି ଆୟୁଷଙ୍କ ଏଭଳି ବଦାନ୍ୟତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୁଷଙ୍କ ଏହି ଛୋଟ ପଦକ୍ଷେର କୋରୋନା ବିରୋଧରେ ଓଡିଶାରେ ଲଢେଇରେ ଆଗେଇ ଆସିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.